Categories: Home Leftଖେଳ

ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ଆଉଟ୍‌ ନ କରି ଛାଡ଼ି ଦେଲେ

ଓଲ୍ଡ ଟ୍ରାଫର୍ଡ,୧୮।୭: ଜୋ ରୁଟ ଓ ୟର୍କଶାୟାର ଦଳୀୟ ଖେଳାଳିଙ୍କ ଖେଳୁଆଡ଼ ନିଷ୍ପତ୍ତି ପ୍ରଶଂସକଙ୍କ ମନ ଜିତି ନେଇଛି। ଶନିବାର ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯାଇଥିବା ଟି୨୦ ବ୍ଲାଷ୍ଟ ମ୍ୟାଚ୍‌ରେ ଲାଙ୍କାଶାୟାର ଦଳର ଷ୍ଟିଭେନ କ୍ରଫ୍ଟ ଆହତ ସମସ୍ୟା ଯୋଗୁ ରନ୍‌ ନେବାବେଳେ ମଝି ପିଚ୍‌ରେ ପଡ଼ି ଯାଇଥିଲେ। କିନ୍ତୁ ପ୍ରତିପକ୍ଷ ଦଳର ଅଧିନାୟକ ରୁଟ୍‌ ଆହତ କ୍ରଫ୍ଟଙ୍କୁ ରନ୍‌ ଆଉଟ୍‌ ନ କରି ଖେଳୁଆଡ଼ ପରିଚୟ ଦେଇଥିଲେ। ଗ୍ରାଉଣ୍ଡକୁ ଫିଜିଓ ଆସିବା ପୂର୍ବରୁ ଯନ୍ତ୍ରଣାରେ ଛଟପଟ ହେଉଥିବା କ୍ରଫ୍ଟଙ୍କୁ ସାହାଯ୍ୟ କରିଥିଲେ ପ୍ରତିପକ୍ଷ ଦଳର ଖେଳାଳିମାନେ।

ୟର୍କଶାୟାର ପକ୍ଷରୁ ଧାର୍ଯ୍ୟ ୧୨୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଲାଙ୍କାଶାୟାର ୬୪ ରନ୍‌ ମଧ୍ୟରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ କ୍ରଫ୍ଟ ଓ ଲୁକ୍‌ ଓ୍ବେଲ୍ସ ୬ଷ୍ଠ ଉଇକେଟ ପାଇଁ ୫୪ ରନ୍‌ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ।