Categories: Home Leftଖେଳ

ଅବସର ନେଲେ ଏହି ଷ୍ଟାର ଖେଳାଳି

ଲଡର୍‌ସ,୧୪ା୪: ଇଂଲଣ୍ଡ ବୋଲର ଆନ୍ୟା ଶ୍ରୁବସୋଲ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କର ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। ୨୦୧୭ ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ସଦସ୍ୟ ଅନ୍ତର୍ଜାତୀୟ ସ୍ତରରେ ୧୭୩ ମ୍ୟାଚ୍‌ ଖେଳି ୨୨୭ ଉଇକେଟ ହାତେଇଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଇଂଲଣ୍ଡ ଦୁଇ ଥର ଆଶେସ ଜିତିବା ସହ ଦୁଇ ଥର ବିଶ୍ୱକପ୍‌ ଟ୍ରଫି ହାସଲ କରିଥିଲା। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ପରେ ସେ ଘରୋଇ କ୍ରିକେଟରେ ଖେଳିବା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।

”୧୪ ବର୍ଷ ଧରି ମୋ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସକ୍ଷମ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏତେ ଲମ୍ବା ସମୟ ଧରି ଇଂଲଣ୍ଡକୁ ପ୍ରତିନିଧିତ୍ୱ କରିବି, ମୁଁ କଦାପି ଚିନ୍ତା କରି ନ ଥିଲି। ମୁଁ ଦେଶ ପାଇଁ ଗୋଟିଏ ମ୍ୟାଚ୍‌ ଖେଳି ଖୁସି ହୋଇଯାଇଥାନ୍ତି। ମହିଳା କ୍ରିକେଟ ଦଳର ଏଭଳି ଅଭିବୃଦ୍ଧି ସମୟରେ ଦଳ ସହ ଜଡ଼ିତ ରହିବା ଗର୍ବର ବିଷୟ। କିନ୍ତୁ ଏହା ସ୍ପଷ୍ଟ ଯେ, ଦଳର ଅଭିବୃଦ୍ଧି ଦ୍ରୁତ ଗତି ଆଗକୁ ଯାଉଥିବା ବେଳେ ଏହା ସହିତ ମୁଁ ଆଗେଇ ପାରୁ ନାହିଁ। ଏଣୁ ମୋର ଦୂରେଇ ଯିବାର ସମୟ ଆସିଛି “ ବୋଲି ଶ୍ରୁବସୋଲେ କହିଛନ୍ତି।