Categories: Home Leftଖେଳ

ମାଞ୍ଚେଷ୍ଟର ଟେଷ୍ଟ ଉପରୁ ହଟିଲା ପ୍ରଶ୍ନବାଚୀ

ମାଞ୍ଚେଷ୍ଟର,୧୦।୯: ସପୋର୍ଟ ଷ୍ଟାଫଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଟିମ୍‌ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏଥି ଯୋଗୁ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡଠାରେ ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ଦେଖା ଦେଇଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିଛି।

ଇସିବି ପ୍ରବକ୍ତା କହିଛନ୍ତି, ଭାରତୀୟ ଖେଳାଳିଙ୍କ ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ମାଞ୍ଚେଷ୍ଟର ଟେଷ୍ଟ ଖେଳାଯିବାରେ ଏବେ ଆଉ କୌଣସି ବାଧା ନାହିଁ। ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ, ଫିଲ୍ଡିଂ କୋଚ୍‌ ରାମକ୍ରିଷ୍ଣନ ଶ୍ରୀଧର ଓ ଫିଜିଓଥେରାପିଷ୍ଟ ସଂକ୍ରମିତ ହୋଇ ଆଇସୋଲେଶନରେ ଅଛନ୍ତି।