CANBERRA, AUSTRALIA - DECEMBER 02: Virat Kohli of India celebrates with Jasprit Bumrah of India after winning game three of the One Day International series between Australia and India at Manuka Oval on December 02, 2020 in Canberra, Australia. (Photo by Cameron Spencer - CA/Cricket Australia via Getty Images)
ଅହମ୍ମଦାବାଦ,୧୦।୩ : ଆସନ୍ତା ଶୁକ୍ରବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍। ସମସ୍ତ ମ୍ୟାଚ୍ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ଅକ୍ଟୋବରରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍ ପାଇଁ ଏହି ସିରିଜ୍ରୁ ଭାରତୀୟ ଦଳ ଚୟନ କରାଯିବ ବୋଲି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର କହିଛନ୍ତି।
” ଟି୨୦ ବିଶ୍ୱକପ୍ ଭାରତରେ ଖେଳାଯିବ। ଏଣୁ ମୁଁ ଚାହେଁ ଦଳର ବ୍ୟାଟିଂ ୟୁନିଟ୍କୁ ସ୍ଥିର ରଖାଯାଉ। ଏହି ସିରିଜ୍ ଶେଷ ହେଲା ବେଳକୁ ଆମ ଦିକଟରେ ଖେଳାଳିଙ୍କ ତାଲିକ ଥିବ, ଯେଉଁମାନେ ବିଶ୍ୱକପ୍ରେ ଖେଳିବେ। ତେବେ ବର୍ତ୍ତମାନ ଆମ ଦଳରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ। କିନ୍ତୁ ଯଦି କୌଣସି ଖେଳାଳି ଫର୍ମ ହରାଇ ବସନ୍ତି କିମ୍ବା ଆହତ ହୋଇଯାଆନ୍ତି, ତେବେ ତାହାର ବିକଳ୍ପ ଦଳ ନିକଟରେ ରହିବା ଦରକାର “ ବୋଲି ବ୍ୟାଟିଂ କୋଚ୍ ରାଠୋର କହିଛନ୍ତି।