Categories: Home Leftଖେଳ

କିରଣ ପୋଲାର୍ଡଙ୍କୁ ମିଳିଲା ଗୁରୁଦାୟିତ୍ୱ

ଲଣ୍ଡନ,୨୪ା୧୨: ୨୦୨୪ରେ ଖେଳାଯିବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ଲାଗି ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡ ଇଂଲଣ୍ଡ ଦଳ ସହ କୋଚିଂ ଷ୍ଟାଫ୍‌ ଭାବେ ଯୋଗଦେବେ। ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ରବିବାର ଏହି ସୂଚନା ପ୍ରଦାନ କରିଛି। ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ମିଳିତ ଭାବେ ଟି୨୦ ବିଶ୍ୱକପ୍‌ ଆୟୋଜନ କରୁଛନ୍ତି।

୨୦୨୨ ଏପ୍ରିଲରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ପୋଲାର୍ଡ ତାଙ୍କ କ୍ୟାରିୟରରେ ୬୩୭ ଟି୨୦ ମ୍ୟାଚ ଖେଳିଛନ୍ତି। ପୋଲାର୍ଡ ବିଶେଷ କରି ଟି୨୦ ବିଶ୍ୱକପ୍‌ ପାଇଁ ଜଣେ ସହକାରୀ କୋଚ୍‌ ଭାବେ ଇଂଲଣ୍ଡ ପୁରୁଷ ଦଳରେ ଯୋଗଦେବେ।

Share