Chris Woakes of Delhi Capitals celebrates after takes a wicket of Jos Buttler of Rajasthan Royal during match 7 of the Vivo Indian Premier League 2021 between the Rajasthan Royals and the Delhi Capitals held at the Wankhede Stadium Mumbai on the 15th April 2021. Photo by Rahul Gulati/ Sportzpics for IPL
ଲଣ୍ଡନ,୧୧।୫ : ଆଇପିଏଲର ୧୪ତମ ସଂସ୍କରଣର ଦ୍ୱିତୀୟାର୍ଦ୍ଧକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ତେବେ ଆଇପିଏଲ୍ର ବାକି ମ୍ୟାଚ୍ଗୁଡିକ ପୁଣିଥରେ ଆୟୋଜନ ହେଲେ ଇଂଲଣ୍ଡ ଖେଳାଳିମାନେ ଖେଳି ପାରିବେ ନାହିଁ। ଏହା କହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଡାଇରେକ୍ଟର ଅଫ୍ କ୍ରିକେଟ ଆଶଲେ ଜାଇଲ୍ସ। ଇଂଲଣ୍ଡ ଜାତୀୟ ଦଳର ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ପାଇଁ ଏପରି ଆଶଙ୍କା ସୃଷ୍ଟି ହୋଇଛି।
ଏକାଧିକ ଖେଳାଳି ଆକ୍ରାନ୍ତ ହେବା ପରେ ଆଇପିଏଲ୍କୁ ରୋକି ଦିଆଯାଇଛି। ଏହାର ବଳକା ୩୧ ମ୍ୟାଚ୍ ଆୟୋଜନ ପାଇଁ ଉପଲବ୍ଧ ଅଛି ଏବେ ଦୁଇଟି ଓ୍ବିଣ୍ଡୋ । ଗୋଟିଏ ହେଲା ଟି୨୦ ବିଶ୍ୱକପ୍ ପୂର୍ବରୁ। ଅନ୍ୟଟି ବିଶ୍ୱକପ୍ ଠିକ ପରେ। କିନ୍ତୁ ଏହି ଦୁଇ ଅବଧିରେ ଇଂଲଣ୍ଡ ଖେଳାଳି ଅନ୍ୟ ସିରିଜରେ ବ୍ୟସ୍ତ ରହିବେ। ସେପ୍ଟେମ୍ବର ଓ ଅକ୍ଟୋବରରେ ଇଂଲଣ୍ଡ ବାଂଲାଦେଶ ଏବଂ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଉ ଟି୨୦ ବିଶ୍ୱକପ୍ ପରେ ଖେଳାଯିବ ଆଶେସ।
ଆଇପିଏଲ୍ର ବିଭିନ୍ନ ଫ୍ରାଞ୍ଚାଇଜ୍ରେ ୧୧ଜଣ ଇଂଲଣ୍ଡ ଖେଳାଳି ରହିଛନ୍ତି। ଟି୨୦ ବିଶ୍ୱକପ୍, ଆଶେସ ଓ ଅନ୍ୟ ହାଇପ୍ରୋଫାଇଲ ଇଭେଣ୍ଟ କାରଣରୁ ଇଂଲଣ୍ଡ ଖେଳାଳି ଆଇପିଏଲ୍ ଖେଳିବାର ସମ୍ଭାବନା କମ୍ ଅଛି ବୋଲି ଜାଇଲ୍ସ କହିଛନ୍ତି।