Categories: Home Leftଖେଳ

ପାକିସ୍ତାନରେ ପହଞ୍ଚିଲା ଇଂଲଣ୍ଡ ଦଳ

ଇସ୍‌ଲାମାବାଦ,୨୭ା୧୧: ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ରବିବାର ଇସ୍‌ଲାମାବାଦରେ ପହଞ୍ଚିଛି। ୨୦୦୫ ପରେ ଦଳ ପାକିସ୍ତାନରେ ଏହାର ପ୍ରଥମ ଟେଷ୍ଟ ସିରିଜ ଖେଳିବ। ରାଓ୍ବଲପିଣ୍ଡିରେ ପ୍ରଥମ ଟେଷ୍ଟ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୯ରୁ ୧୩ ମୁଲ୍‌ତାନରେ ଖେଳାଯିବାକୁ ଥିବା ବେଳେ ତୃତୀୟ ତଥା ଅନ୍ତିମ ଟେଷ୍ଟ କରାଚୀଠାରେ ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।