Categories: Home Leftଖେଳ

ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୭।୧: ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ରୁଟ୍‌ ଓ ଇଂଲଣ୍ଡର ଅନ୍ୟ ଖେଳାଳିମାନେ ସକାଳ ୧୦.୩୦ରେ ଶ୍ରୀଲଙ୍କାରୁ ଭାରତ ଗସ୍ତ କରିଥିଲେ। ଏଠାରେ ପହଞ୍ଚିବା ପରେ ଖେଳାଳିମାନେ ସିଧା ଟିମ୍‌ ହୋଟେଲକୁ ଯାଇଥିଲେ। ହୋଟେଲରେ ଦୁଇ ଦଳର ସଦସ୍ୟ ବାୟୋ ବବଲ୍‌ରେ ରହିବେ ବୋଲି ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ଜଣେ ଅଧିକାରୀ କହିଛନ୍ତି।