Categories: Home Leftଖେଳ

ତୃତୀୟ ସନ୍ତାନର ପିତା ହେବେ ଇଂଲଣ୍ଡ ଅଧିନାୟକ ବଟଲର

କାର୍ଡିଫ,୨୭ା୫: ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର ତୃତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ସମୟ ଦେବାକୁ ଟି୨୦ ସିରିଜ ଅଧାରୁ ଘରବାହୁଡ଼ା କରିଛନ୍ତି। ଫଳରେ କାର୍ଡିଫ୍‌ଠାରେ ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ ପାଇଁ ସେ ଉପଲବ୍ଧ ହେବେ ନାହିଁ।

ତାଙ୍କ ଅନୁପସ୍ଥିତିରେ ଉପ ଅଧିନାୟକ ମୋଇନ ଅଲି ଦଳର ନେତୃତ୍ୱ ନେବେ। ୪ ଗେମ୍‌ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ଶନିବାର ଏଜ୍‌ବାଷ୍ଟନରେ ଇଂଲଣ୍ଡର ୨୩ ରନ୍‌ ବିଜୟ ମ୍ୟାଚରେ ବଟଲର ୮୪ ରନ୍‌ କରିଥିଲେ।

ଚତୁର୍ଥ ଅନ୍ତର୍ଜାତୀୟ ଟି୨୦ ବିଶ୍ୱକପ୍‌ ଦି ଓଭାଲଠାରେ ଗୁରୁବାର ଖେଳାଯିବ। ଟି୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଲାଗି ଏହି ସିରିଜର ଆୟୋଜନ କରାଯାଇଛି। ଗତଥରର ଚାମ୍ପିୟନ ଇଂଲଣ୍ଡ ଜୁନ୍‌ ୪ରେ ବାର୍ବାଡୋସଠାରେ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ସୋଫିଆ ଗାର୍ଡେନ୍ସଠାରେ ଟପ୍‌ ଅର୍ଡରରେ ବଟଲରଙ୍କ ସ୍ଥାନରେ ବେନ୍‌ ଡକେଟ ଖେଳିବେ।