Categories: Home Middleଖେଳ

ରୋମାଞ୍ଚକର ମ୍ୟାଚ୍‌ରେ ୪ ରନ୍‌ରେ ଭାରତକୁ ହରାଇ ସେମିରେ ଇଂଲଣ୍ଡ,

ଇନ୍ଦୋର,୧୯ା୧୦: ମହିଳା ବିଶ୍ୱକପରେ ଭାରତ ଇଂଲଣ୍ଡ ଠାରୁ ୪ ରନରେ ହାରିଛି। ଶେଷ ୩ ଓଭରରେ ୨୭ ରନ ଦରକାର ଥିବା ବେଳେ ଦୀପ୍ତି ଶର୍ମାଙ୍କ ଉଇକେଟ ପଡ଼ିବା ପରେ ଭାରତ ହାରିଗଲା। ଇଂଲଣ୍ଡ ୫୦ ଓଭରରେ ୨୮୮ ରନ କରିଥିଲା, କିନ୍ତୁ ଭାରତ ୨୮୪ ରନରେ ଅଟକି ଗଲା। ଏହା ଭାରତର ଲଗାତାର ତୃତୀୟ ପରାଜୟ।

ସ୍ମୃତି ମାନ୍ଧନା ୮୮ ଓ ହରମନପ୍ରୀତ କୌର ୭୦ ରନ କରି ୧୨୫ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ଦୀପ୍ତି ୫୦ ରନ କରି ଆଉଟ ହେବା ପରେ ଅମନଜୋତ କୌର ଚାପରେ ରନ କରିପାରିଲେ ନାହିଁ।

ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପହଞ୍ଚିଛନ୍ତି। ଚତୁର୍ଥ ସ୍ଥାନ ପାଇଁ ଭାରତ ସମେତ ୫ ଦଳ ମଧ୍ୟରେ ଲଢ଼େଇ ଜାରି ରହିଛି। ଭାରତକୁ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ବିପକ୍ଷରେ ଆଗାମୀ ଦୁଇଟି ମ୍ୟାଚ ଜିତି ନେଟ ରନ ରେଟ ବଢ଼ାଇବାକୁ ପଡ଼ିବ।

Dharitri – Odisha’s No.1 Odia Daily

Share