ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ-ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଶନିବାର ଖେଳାଯିବ। ଏହା ପୂର୍ବରୁ ଶୁକ୍ରବାର ଇଂଲଣ୍ଡ ଟିମ୍‌ ପକ୍ଷରୁ ଖେଳାଳି ତାଲିକା ଘୋଷଣା କରାଯାଇଛି। ଦ୍ୱିତୀୟ ଟେଷ୍ଟରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ପୂର୍ବ ଟେଷ୍ଟରେ ଖେଳିଥିବା ୪ ଖେଳାଳିଙ୍କୁ ବାହାର କରାଯାଇଛି।

ଇଂଲଣ୍ଡ ଟିମ୍‌ ଜୋସ୍‌ ବଟଲର, ଡୋମ ବେସ୍‌, ଜେମ୍ସ ଆଣ୍ଡରସନ୍‌ ଏବଂ ଜୋଫ୍ରା ଆର୍ଚରଙ୍କୁ ଆରାମ ଦେଇଛି। ସେମାନଙ୍କ ମଧ୍ୟରୁ ଜୋଫ୍ରା ଆହତ ହୋଇଥିବା କାରଣରୁ ବାହାରିଛନ୍ତି। ସେହିଭଳି ବେନ୍‌ ଫୋକ୍ସ, ମୋଇନ୍‌ ଅଲୀ, ଷ୍ଟୁଅର୍ଟ ବ୍ରାଡ୍‌, ଓଲି ଷ୍ଟୋନ୍‌ ଏବଂ କ୍ରିସ୍‌ ବୋକ୍ସଙ୍କୁ ଦ୍ୱିତୀୟ ଟେଷ୍ଟର ୧୨ ସଦସ୍ୟ ଟିମ୍‌ରେ ସାମିଲ କରାଯାଇଛି।

Share