Categories: Home Leftଖେଳ

କରୋନା ଆକ୍ରାନ୍ତ ହେଲେ ଏହି ଷ୍ଟାର୍‌ ଅଲ୍‌ରାଉଣ୍ଡର

ଲଣ୍ଡନ, ୧୭।୯: ଇଂଲଣ୍ଡ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌ ଡେଭିଡ୍‌ ଓ୍ବିଲୀ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ସେ ଇଂଲଣ୍ଡର ଘରୋଇ ଟି୨୦ କ୍ରିକେଟ୍‌ ପ୍ରତିଯୋଗିତା ଟି୨୦ ବ୍ଲାଷ୍ଟରେ ଖେଳିପାରିବେ ନାହିଁ। ୟର୍କଶାୟର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓ୍ବିଲୀଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଓ୍ବିଲୀଙ୍କ ସହ ୟର୍କଶାୟରର ଆଉ ୩ଜଣ ଖେଳାଳିଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନେ ହେଲେ ମାଥ୍ୟୁ ଫିଶର, ଟମ୍‌ କୋଲ୍ହର-କାଡ୍‌ମୋର ଓ ଜୋଶ୍‌ ପାସଡନ୍‌। ଇଂଲଣ୍ଡ ପକ୍ଷରୁ ଓ୍ବିଲୀ ୪୯ ଦିନିକିଆ ଓ ୨୮ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୬୦ ଓ ୩୪ ଉଇକେଟ୍‌ ନେଇଛନ୍ତି। ସେହିଭଳି ବ୍ୟାଟିଂରେ ସେ ଦିନିକିଆରେ ୩୭୭ ଓ ଟି୨୦ରେ ୧୬୬ ରନ୍‌ ସଂଗ୍ରହ କରିଛନ୍ତି।