ଦାରିଙ୍ଗବାଡି, ୧୮।୮ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତରେ ରହିଥିବା ମଶାଣି ଜମିକୁ ନେଇ ଦେଖାଯାଇଛି ଉତ୍ତେଜନା। କିଛି ବ୍ୟକ୍ତି ମଶାଣି ଜମିରେ ହଳଦୀ ଚାଷ କରୁଥିବା ଓ ଜମିକୁ ବେଆଇନ ଭାବେ ଜବରଦଖଲ କରିବା ଘଟଣାକୁ ନେଇ ପ୍ରଥମେ ପଞ୍ଚାୟତ କାର୍ଯ୍ୟଳୟ ସଭାଗୃହଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଯେଉଁମାନେ ମଶାଣି ଜମିକୁ ଅକ୍ତିଆର କରି ଚାଷ କରୁଛନ୍ତି ସେମାନେ ବୈଠକଙ୍କୁ ଆସି ନ ଥିଲେ। ଫଳରେ ବୈଠକରେ ଉତ୍ତେଜନା ଦେଖାଯାଇଥିଲା। ମଶାଣି ଜମିକୁ ତାର ବାଡ଼ ପକାଇ ଅକ୍ତିଆର କରିଛନ୍ତି ସେହି ବାଡ଼କୁ ହଟାଇବା ନିଷ୍ପତି ହୋଇଥିଲା। ଶହ ଶହ ଅଞ୍ଚଳବାସୀ ମଶାଣିରେ ପହଞ୍ଚି ଅକ୍ତିଆର କରିଥିବା ବାଡ଼କୁ ହଟାଇଥିଲେ।
ଖବର ଲେଖିବା ସୁଦ୍ଧା ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମଧ୍ୟ ଲୋକଙ୍କ ଗୋଟିଏ ଦାବି ବିସ୍ତୀର୍ଣ୍ଣ ମଶାଣି ଜମିକୁ ଅକ୍ତିଆର ଯୋଗୁ ସଂକୀର୍ଣ୍ଣ ହୋଇପଡିଛି। ଫଳରେ ମଶାଣିକୁ ମୃତଦେହ ଆଣି ସଂସ୍କାର କରିବା ମୁସ୍କିଲ ହେଉଛି। ଆଗକୁ ରାଜସ୍ବ ବିଭାଗ ଏହାର ସମାଧାନ କରି ମଶାଣି ଜମି ତୁରନ୍ତ ଚି଼ହ୍ନଟ କରି ଜବରଦଖଲକାରୀଙ୍କୁ ମଶାଣି ଜମିରୁ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।