ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ କାର୍ଯ୍ୟକୁ ଜୋରଦାର କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ସ୍ଥାନୀୟ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧୀରଜ ପାତ୍ର, ବିଡ଼ିଓ ପ୍ରୀତିରଞ୍ଜନ ରଥ, ଆଇଆଇଆସି ସଂଗ୍ରାମ କେଶରୀ ଜେନା ସଦଳବଳ ଦାରିଙ୍ଗବାଡି ଚାରିଛକ କସମ ଆଉଟଲେଟଠାରୁ ୩ ଛକ ପର୍ଯ୍ୟନ୍ତ ୫୯ ନଂ ଜାତୀୟରାଜଥ କଡ଼ର ଦୁଇ ପାଖରୁ ଜବରଦଖଲ ଉଚ୍ଛେଦକୁ ଜୋରଦାର କରାଯାଇଛି। ତେବେ ଯେତିକି ଉଠା ଦୋକାନୀ ବ୍ୟବସାୟ କରୁଥିଲେ ସେମାନେ ସମସ୍ତଙ୍କୁ ଅଦ୍ୟାବଧି ଥଇଥାନ ପ୍ରକ୍ରିୟା ଚାଲିଛି। ଥଇଥାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ନ ଥିବା ଆଉ କିଛି ବ୍ୟବସାୟୀ ଅମାନିଆ ଭଳି ରାଜପଥ କଡ଼ରେ ପନିପରିବା ବିକ୍ରିବଟା କରୁଥିବାବେଳେ ସେମାନଙ୍କୁ ମଧ୍ୟ୍ୟ ପଞ୍ଚାୟତ ଯୋଗାଇଦେଉଥିବା ତହସିଲ କାର୍ଯ୍ୟାଳୟ ସମ୍ମୁଖ ହାଟ ପିଣ୍ଡିକୁ ଯାଇ ବ୍ୟବସାୟ କରିବାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ ରଥଙ୍କୁ ବିଡ଼ିଓ ପ୍ରୀତିରଞ୍ଜନ ରଥ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆବେଦନ କରିଥିବା ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ପ୍ରଶାସନ ଗୁରୁତ୍ୱ ଦେବା ସହ ପଦକ୍ଷେପ ନେଉଛି ବୋଲି ବିଡ଼ିଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

 

Dharitri – Odisha’s No.1 Odia Daily