ଭଞ୍ଜନଗର,୧୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା କଲେଜ ପରିଚାଳନା କମିଟି
ଚେୟାରମ୍ୟାନ ଉମାଶଙ୍କର ବେହେରା ଅଧ୍ୟକ୍ଷତା କରି ଗୁଣାତ୍ମକ ଶିକ୍ଷାର ବିକାଶ କିଭଳି ହୋଇପାରିବ ସେନେଇ କହିଥିଲେ। ଏଥିସହ ଚଳିତବର୍ଷ ପରୀକ୍ଷା ଫଳ ଶତପ୍ରତିଶତ କିଭଳି ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଉପଜିଲାପାଳ ପରାମର୍ଶ ଦେଇଥିଲେ।
ଚଳିତବର୍ଷ ଯୁକ୍ତ ୨ ଖୋଲିବା ପ୍ରକ୍ରିୟା ଚାଲିଛି। ତେଣୁ ଏଥିପାଇଁ ଆବଶ୍ୟକ ଶ୍ରେଣୀଗୃହ ଗୁଡିକ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ପାଇଁ ଉପଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଦ୍ୟାଳୟ ପ୍ରିନ୍ସିପାଲ ପ୍ରଦୀପ କାମାନୁ ବିଦ୍ୟାଳୟର ଆବଶ୍ୟକତା ଏବଂ ଅନ୍ୟାନ୍ୟ ବିଷୟ ଉପରେ କହିଥିଲେ। ପରିଚାଳନା କମିଟି ସଦସ୍ୟ ତଥା କେଏସୟୁବି କଲେଜ ଅଧକ୍ଷ ରାଜେନ୍ଦ୍ର କୁମାର ଦାଶ, ବରିଷ୍ଠ ଶିକ୍ଷାବିତ୍ ଅଧ୍ୟାପକ ଡ. ସୁଶାନ୍ତ କୁମାର ମଲ୍ଲିକ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା, ଶିକ୍ଷକ ପ୍ରତିନିଧି ଜ୍ୟୋତିପ୍ରକାଶ ସାହୁ, ଶିକ୍ଷୟିତ୍ରୀ କୃଷ୍ଣମୟୀ ପରିଡା, ଅଭିଭାବକ ସଦସ୍ୟ ରବିନାରାୟଣ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।