ଅରୁଣାଚଳରେ ପ୍ରଥମ ଥର ଦେଖାଦେଲା ପଲାସ ବିରାଡ଼ି

ନୂଆଦିଲ୍ଲୀ,୯।୯: ଅରୁଣାଚଳ ପ୍ରଦେଶର ଆକାଷଚୁମ୍ବି ଜଙ୍ଗଲରେ ଏକ ଐତିହାସିକ ବନ୍ୟପ୍ରାଣୀ ସର୍ଭେ ମାଧ୍ୟମରେ ଦୁର୍ଲଭ ପାଲାସ ବିରାଡ଼ିର ପ୍ରଥମ ଫଟୋଗ୍ରାଫିକ ପ୍ରମାଣ ମିଳିଛି। WWF-ଇଣ୍ଡିଆ ଦ୍ୱାରା ରାଜ୍ୟ ବନ ବିଭାଗ ଓ ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ କରାଯାଇଥିବା ଏହି ସର୍ଭେରେ ୪,୨୦୦ ମିଟର ଉଚ୍ଚତାରେ ସ୍ନୋ ଲିଓପାର୍ଡ, କମନ ଲିଓପାର୍ଡ, କ୍ଲାଉଡେଡ ଲିଓପାର୍ଡ, ଲିଓପାର୍ଡ କ୍ୟାଟ ଓ ମାର୍ବଲଡ କ୍ୟାଟ ମଧ୍ୟ ରେକର୍ଡ ହୋଇଛି।

୨,୦୦୦ ବର୍ଗ କି.ମି. ଅଞ୍ଚଳରେ ୧୩୬ଟି କ୍ୟାମେରା ଟ୍ରାପ ସ୍ଥାପନ କରାଯାଇ ଆଠ ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ସର୍ଭେ କମନ ଲେପାର୍ଡ (୪,୬୦୦ ମି.), କ୍ଲାଉଡେଡ ଲେପାର୍ଡ (୪,୬୫୦ ମି.), ମାର୍ବଲଡ କ୍ୟାଟ (୪,୩୨୬ ମି.), ହିମାଲୟନ ଉଡ୍ ଆଉଲ (୪,୧୯୪ ମି.) ଓ ଗ୍ରେ-ହେଡେଡ ଫ୍ଲାଇଂ ସ୍କ୍ୱାରେଲ (୪,୫୦୬ ମି.)ର ଭାରତରେ ସର୍ବାଧିକ ଉଚ୍ଚତା ରେକର୍ଡ କରିଛି। ପଲାସ ବିରାଡ଼ିର ଉପସ୍ଥିତି ପୂର୍ବରୁ ସିକ୍କିମ, ଭୁଟାନ ଓ ପୂର୍ବ ନେପାଳରେ ମିଳିଥିବା ରେକର୍ଡକୁ ଆହୁରି ସମ୍ପ୍ରସାରିତ କରିଛି।

“ଏହା ପୂର୍ବ ହିମାଲୟରେ ବନ୍ୟପ୍ରାଣୀ ଗବେଷଣାରେ ଏକ ମାଇଲଖୁଣ୍ଟ,” ବୋଲି ରାଜ୍ୟର ପ୍ରିନ୍ସିପାଲ ଚିଫ କନଜରଭେଟର ଅଫ ଫରେଷ୍ଟ ନ୍ୟିଲୟାଙ୍ଗ ତାମ କହିଛନ୍ତି। WWF-ଇଣ୍ଡିଆର ହିମାଲୟ ପ୍ରୋଗ୍ରାମ ମୁଖ୍ୟ ରିଷି କୁମାର ଶର୍ମା କହିଛନ୍ତି, “ଏହି ଆବିଷ୍କାର ହିମାଲୟର ଜୀବଜଗତ ବିଷୟରେ ଆମର ଅଜ୍ଞତାକୁ ସୂଚାଇଛି। ସ୍ଥାନୀୟ ଜ୍ଞାନ ଓ ବୈଜ୍ଞାନିକ ଗବେଷଣା ଆଧାରିତ ସଂରକ୍ଷଣ ଏହି ଅଞ୍ଚଳର ସମୃଦ୍ଧି ରକ୍ଷା ପାଇଁ ଅପରିହାର୍ଯ୍ୟ।”

Share