epa08855508 SpaceX owner and Tesla CEO Elon Musk arrives on the red carpet for the Axel Springer award, in Berlin, Germany, 01 December 2020. EPA/BRITTA PEDERSEN / POOL
ନୂଆଦିଲ୍ଲୀ,୧୧।୧୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି। ପ୍ରଥମ ବ୍ୟକ୍ତି ଭାବେ ଏଲନଙ୍କ ସମ୍ପତ୍ତି ୪୦୦ ବିଲିୟନ ଡଲାର ଅତିକ୍ରମ କରିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, କିଛି ସ୍ପେସ୍ ଏକ୍ସ ସେୟାର ବିକ୍ରି କରିବା ପରେ ମସ୍କଙ୍କର ମୋଟ ସମ୍ପତ୍ତିରେ ୫୦ ବିଲିୟନ ଡ଼ଲାରରେ ବୃଦ୍ଧି ପାଇ ୪୩୯.୨ ବିଲିୟନ ଡ଼ଲାରରେ ପହଞ୍ଚିଛି।
୨୦୨୨ ର ଶେଷ ଭାଗରୁ ମସ୍କଙ୍କର ଭାଗ୍ୟ ଏକ ନାଟକୀୟ ମୋଡ଼ ନେଇଛି, ଯେତେବେଳେ ଏକ ସମୟରେ ସେ ତାଙ୍କ ସମ୍ପତ୍ତିର ମୂଲ୍ୟ ୨୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଥିଲା। ଗତ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ଜିତିବା ପରେ ଏହା ବିଶେଷ ଭାବରେ ପୁଣି ନାଟକୀୟ ମୋଡରେ ଏଲନଙ୍କ ସମ୍ପତ୍ତି ବୃଦ୍ଧି ପାଇଛି।
ତେବେ ଟ୍ରମ୍ପ ନିର୍ବାଚନ ଜିତିବା ପରେ ନୂତନ ଭାବରେ ସୃଷ୍ଟି ହୋଇଥିବା ସରକାରୀ ଦକ୍ଷତା ବିଭାଗର ସହ-ମୁଖ୍ୟ ଭାବରେ ମସ୍କ ନୂତନ ପ୍ରଶାସନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ ୱାଶିଂଟନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ଓଭାଲ୍ କାର୍ଯ୍ୟାଳୟକୁ ସିଧାସଳଖ ଏଣ୍ଟ୍ରି ଟିକେଟ ମିଳିଛି।