୩ ସନ୍ତାନଙ୍କ ହାତ ଧରି ମୋଦିଙ୍କୁ ଭେଟିବା ପାଇଁ ପହଞ୍ଚିଲେ ଏଲନ ମସ୍କ

ୱାଶିଂଟନ,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ୱାଶିଂଟନ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ୱାଲ୍ଜଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଏହି ବୈଠକ ୱାଶିଂଟନ ଡିସିର ବ୍ଲେୟାର ହାଉସରେ ହେଉଥିଲା। ଏହା ପରେ, ପ୍ରଧାନମନ୍ତ୍ରୀ ଆମେରିକୀୟ ବ୍ୟବସାୟୀ ତଥା ଏକ୍ସ ମାଲିକ ଏଲନ ମସ୍କଙ୍କୁ ଭେଟିଛନ୍ତି। ଆଉ କିଛି ସମୟ ପରେ ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଲନ ମସ୍କ ମୋଦିଙ୍କୁ ଭେଟିବା ନିଜ ପରିବାର ସହ ଆସିଛନ୍ତି। ସେ ୩ ସନ୍ତାନଙ୍କ ହାତ ଧରି ମୋଦିଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ୱାଲ୍ଜଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ୱାଶିଂଟନ ଡିସିର ବ୍ଲେୟାର ହାଉସରେ ହୋଇଛି । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଓ NSA ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ।
ଏହାପୂର୍ବରୁ ନରେନ୍ଦ୍ର ମୋଦି ଓ୍ବାଶିଂଟନ ଡିସିରେ ପହଞ୍ଚିଥିଲେ। ତାଙ୍କୁ ବିମାନ ବନ୍ଦରରେ ହ୍ବାଇଟ ହାଉସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା।

 

 

Share