ଗାଜାକୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଏଲନ୍‌

ନ୍ୟୁୟର୍କ,୨୮ା୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଗାଜାରେ ଅନେକ କ୍ଷତି ଘଟିଛି। ତେବେ ଗାଜାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏଲନ୍‌ ମସ୍କ ଆଗେଇ ଆସିଛନ୍ତି। ଶନିବାର ଏଲନ୍‌ କହିଛନ୍ତି, ତାଙ୍କ କମ୍ପାନୀ ଷ୍ଟାର୍‌ ଲିଙ୍କ୍‌ ଗାଜାରେ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ମାନବିକ ସଂଗଠନକୁ ଯୋଗାଯୋଗ ସୁବିଧା ଯୋଗାଇବ। ଏଲନ୍‌ ତାଙ୍କ ‘X ’ହ୍ୟାଣ୍ଡେଲରେ ଏହା ଘୋଷଣା କରିଛନ୍ତି। ଇସ୍ରାଏଲ ଗାଜାରେ ବୋମାମାଡ଼ କରୁଥିବାରୁ ଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଫଳରେ ଗାଜାରେ ଥିବା ତାଙ୍କ ଟିମ୍‌ ସହ ଯୋଗାଯୋଗ କରିପାରୁନାହିଁ ବୋଲି ବିଶ୍ୱ ସଂଗଠନ କହିଛି।

ଆମେରିକାର ପ୍ରତିନିଧି ଆଲେକ୍‌ଜାଣ୍ଡ୍ରିଆ ଓକାସିଓ-କର୍ଟେଜ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ପ୍ରାୟ ୨୨ ଲକ୍ଷ ଲୋକଙ୍କ ପାଇଁ ଯୋଗାଯୋଗ ସେବା ବନ୍ଦ କରିବା ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ସାମ୍ବାଦିକ, ଡାକ୍ତର, ସାମାଜିକ କର୍ମୀ ଏବଂ ନିରୀହ ଲୋକ ସମସ୍ତେ ବିପଦରେ ଅଛନ୍ତି। ଏହି ପୋଷ୍ଟରେ, ଏଲନ୍‌ ଆମେରିକାର ପ୍ରତିନିଧିଙ୍କୁ ଉତ୍ତର ଦେଇଛନ୍ତି ଏବଂ ସଂଯୋଗ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

 

Share
Tags: Elon Musk