Categories: ବାଣିଜ୍ୟ

ଏଲନ୍‌ ମସ୍କଙ୍କୁ ୫୦ ବିଲିୟନ ଡଲାର କ୍ଷତି

ଲଗାତର ଦ୍ୱିତୀୟ ଦିନ ଧରି ଟେସ୍‌ଲାର ଶେୟାର କାରବାର ଖସିଛି। ଫଳରେ ଏଲନ୍‌ ମସ୍କଙ୍କର ସମ୍ପତ୍ତିରେ ୫୦ ବିଲିୟନ ଡଲାର ହ୍ରାସ ହୋଇଛି। ବ୍ଲୂମ୍‌ବର୍ଗ ବିଲିୟନେୟାର ସୂଚକାଙ୍କ ରିପୋର୍ଟ ଅନୁସାରେ ଏହା ସର୍ବାଧିକ ୨ ଦିନିଆ ହ୍ରାସ ବୋଲି କୁହାଯାଉଛି। ୨୦୧୯ରେ ଆମାଜନ ସିଇଓ ଜେଫ୍‌ ବେଜୋସ ଦିନକରେ ପ୍ରାୟ ୩୬ ବିଲିୟନ ଡଲାର ହରାଇଥିଲେ। ବେଜୋସ ତାଙ୍କ ସ୍ତ୍ରୀ ମ୍ୟାକେଞ୍ଜି ସ୍କଟ୍‌ଙ୍କଠାରୁ ଛାଡ଼ପତ୍ର ପରେ ସମ୍ପତ୍ତିରେ ଏଭଳି ହ୍ରାସ ଦେଖାଯାଇଥିଲା। ଟେସ୍‌ଲାରେ ରହିଥିବା ୧୦% ଅଂଶଧନ ବିକ୍ରି କରିବା ନେଇ ଟୁଇଟରେ ଘୋଷଣା କରିବା ପରେ ଶେୟାର ଖସିବା ନଜରକୁ ଆସିଛି।

Share