Categories: ବାଣିଜ୍ୟ

ବିଶ୍ୱର ଦ୍ୱିତୀୟ ଧନଶାଳୀ ହେଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ଏହି ସ୍ଥାନରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ରହିଥିଲେ। ଏଲନ୍‌ ମସ୍କ ତାଙ୍କୁ ଟପି ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ବ୍ଲୁମ୍‌ବର୍ଗ ପକ୍ଷରୁ ପ୍ରକାଶିତ ବିଶ୍ୱର ଧନୀଶାଳୀ ବ୍ୟକ୍ତିଙ୍କ ସୂଚୀ ମୁତାବକ ମସ୍କଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨୮ ବିଲିୟନ ଡଲାର (୯.୪୭ ଲକ୍ଷ କୋଟି ଟଙ୍କା) ରହିଛି। ଏହି ତାଲିକାର ପ୍ରଥମ ସ୍ଥାନରେ ଆମାଜନ ସିଇଓ ଜେଫ୍‌ ବେଜୋସ ରହିଛନ୍ତି। ବେଜୋସଙ୍କ ନିକଟରେ ୧୮୨ ବିଲିୟନ ଡଲାର(୧୩.୪୭ ଲକ୍ଷ କୋଟି ଟଙ୍କା) ରହିଥିବା ରିପୋର୍ଟରୁ ଜଣାପଡିଛି। ପ୍ରତିଦିନ ହେଉଥିବା ଆୟକୁ ବିଚାରକଲେ ମସ୍କ ସମସ୍ତଙ୍କୁ ଟପିଯାଇଛନ୍ତି। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୧୦୦ ବିଲିୟନ ଡଲାର ବୃଦ୍ଧି ଘଟିଛି। ୨୦୨୦ରେ ସେ ପ୍ରତିଦିନ ୨.୨୫ ହଜାର କୋଟି ସମ୍ପତ୍ତି ଯୋଡିଛନ୍ତି। ଟେସ୍‌ଲାର ଶେୟାର କାରବାର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି।

Share