ହିଂସା ହଟାଅ, ଏକତା ଆଣ: ପୋଲିସର ନିଆରା ପ୍ରୟାସ

ପୁରୁଷୋତ୍ତମପୁର,୩୧।୧୦(ସବିତା ମିଶ୍ର):ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଚ୍ରୀୟ ଏକତା ଦିବସ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ହିଂସାତ୍ମକ ମନୋଭାବକୁ ଦୂରକରି ସମସ୍ତଙ୍କ ମଧ୍ୟରେ ଏକତା ରକ୍ଷା କରିବା ଲାଗି ଏକ ପ୍ରୟାସ କରାଯାଇଛି। ଏହି ଉପଲକ୍ଷେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଗଣଦୌଡ କାର୍ଯ୍ୟକ୍ରମରେ ସମସ୍ତ ବର୍ଗର ବ୍ୟକ୍ତି, ଯୁବ, ଛାତ୍ର ଏବଂ ପୋଲିସ କର୍ମଚାରୀମାନେ ସାମିଲ ହୋଇ ପୁରୁଷୋତ୍ତମପୁର ସହରର କାଳୀ ମନ୍ଦିର ଛକଠାରୁ ବାହାରି ଭୂତସରସିଙ୍ଗି ପର୍ଯ୍ୟନ୍ତ ଯାଇଥିଲେ। କାର୍ଯ୍ୟକ୍ରମରେ ଏସଡିପିଓ ସୁଜିତକୁମାର ନାୟକ, ଥାନା ଅଧିକାରୀ ରାଜେଶ କୁମାର ନାୟକ, ଏସଆଇ ସୁଶାନ୍ତ କୁମାର ମିଶ୍ର, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଜନପ୍ରତିନିଧିମାନେ ଯୋଗ ଦେଇଥିବାବେଳେ ଏହାକୁ ଥାନାର କର୍ମଚାରୀମାନେ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 

Share