୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ଏହି ସଚେତନତା ରଥ ମୁଖ୍ୟ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ।
କୋରାପୁଟ ଜିଲାର ଜୟପୁର, କୋରାପୁଟ, ସୁନାବେଡ଼ା, କୋଟପାଡ଼ ଆଦି ୪ ସହରାଞ୍ଚଳର ୮୭ଟି ଓ୍ବାର୍ଡରେ  ପ୍ରାୟ ୧୮୦ ଦିନ ପରିଭ୍ରମଣ କରି ଏହି ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ପହଞ୍ଚି ଯୋଗ୍ୟ ହିତାଧିକାରୀମାନଙ୍କର ପଞ୍ଜୀକରଣ କରିବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ସହରୀ ), ପାଇପ୍‌ ଯୋଗେ ଜଳ ଯୋଗାଣ, ରାଶନକାର୍ଡ, ସୁଭଦ୍ରା,  ଆୟୁଷ୍ମାନ କାର୍ଡ, ଶ୍ରମିକ କାର୍ଡ, ଇ ଶ୍ରମ କାର୍ଡ, ଗରିମା ଯୋଜନା, ପିଏମ ବିଶ୍ୱକର୍ମା ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ମଧୁବାବୁ ପେନ୍‌ସନ୍‌ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ୧୩ଟି ଯୋଜନାରେ ବଞ୍ଚିତ ହିତାଧିକାରୀମାନେ ଏଥିରୁ ସୁଫଳ ପାଇପାରିବେ ବୋଲି କୋରାପୁଟ ବିଧାୟକ ରଘୁରାମ କହିଛନ୍ତି।
ଏହି ଅବସରରେ କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତପନ କୁମାର ନାୟକ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ମନୋଜ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଡୁଡ଼ା ଏବଂ କୋରାପୁଟ ପୌର ପରିଷଦର କର୍ମଚାରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ  କରିଥିଲେ।
Dharitri – Odisha’s No.1 Odia Daily

Share