ମହାବୀର ପର୍ବତ ଗଲା ଗୋଠଛଡା ଦନ୍ତା

କୁତ୍ରା,୨୩ା୮(ଦେବାଶିଷ ସାହୁ): କୁତ୍ରା ବ୍ଲକ ଅଧୀନ ବଡ଼ଗାଁ ଫରେଷ୍ଟ ରେଞ୍ଜର ବିଭିନ୍ନ ଗ୍ରାମରେ ଶୁକ୍ରବାର ୨୫ ଟିକିଆ ହାତୀ ଝାଡ଼ଖଣ୍ଡ ପଟୁ ଆସି ମହାବୀର ପାହାଡ ପଟକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ଯାଇନପାରି ଗୋଠ ଛଡା ହୋଇ ଗାଁ ମଧ୍ୟରେ ଘୁରି ବୁଲୁଥିଲା।

ଲଗାଣ ବର୍ଷା ଯୋଗୁ ହାତୀ ବର୍ଷାରେ ଭିଜିଯାଇ ଆଶ୍ରୟ ଖୋଜୁଥିଲା। ବନବିଭାଗ ଓ ସ୍ଥାନୀୟ ଲୋକେ ହାତୀକୁ ୧୦ ନମ୍ବର ରାଜ୍ୟ ରାଜପଥ ଖୁଟମୁଣ୍ଡା ଠାରେ ରାସ୍ତା ପାର କରି ମହାବୀର ପର୍ବତ ଆଡକୁ ଘଉଡାଇଥିଲେ। ହେଲେ ହାତୀଟି ରାସ୍ତା ପାରିହେବା ସମୟରେ ବହୁ ଗାଡି ଅଟକି ରହିବା ସହିତ ହାତୀକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।