ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଶ୍ରୀରାମ ପଦା ଗୁଡ୍ସ ସେଫୋଡ଼ ଇଂଲିଶ ମିଡ଼ଇମ ସ୍କୁଲ ଓ ରେଞ୍ଜ ଅଫିସ ପଛ ପଟ ଜଙ୍ଗଲରେ ଦନ୍ତା ହାତୀ ବୁଲୁଥିବା ସୂଚନା ମିଳିଛି। ଅଳ୍ପ କିଛିଦିନ ପୂର୍ବରୁ ହାତୀ ଆକ୍ରମଣରେ ୩ ଜଣ ପ୍ରାଣ ହରାଇଥିବାବେଳେ ଶ୍ରୀରାମ ପଦା, କିରାମହା ଲୋକଙ୍କୁ ଜଙ୍ଗଲକୁ ଯିବାକୁ ବନବିଭାଗ ତରଫରୁ ବାରଣ କରାଯିବା ସହ ଡାକବାଜି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ସତର୍କ କରାଯାଇଛି । ଦନ୍ତା ହାତୀଟି ଜନବସତି ଅଞ୍ଚଳ ଠାରୁ ବହୁତ ନିକଟରେ ଥିବାରୁ ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ବନ ବିଭାଗ ତରଫରୁ ଲୋକଙ୍କୁ ନିବେଦନ କରାଯାଇଛି। ବନ ବିଭାଗ ତରଫରୁ ହାତୀ ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି ।