ନୂଆପଡ଼ା,୨୧ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଓ ବୋଡେନ ବ୍ଲକର ବିଭିନ୍ନ ଗାଁରେ ୩୦ ଟିକିଆ ହାତୀପଲ ଆତଙ୍କ ଦେଖାଦେଇଛି। ଶୁକ୍ରବାର ହାତୀମାନେ କୋମନା ବ୍ଲକର ଦେଓଦର୍ହା ଗାଁରେ ଅନେକ ଲୋକଙ୍କ ଧାନଫସଲ ଖାଇବା ସହ ମାଡି ନଷ୍ଟ କରିଛନ୍ତି। ସେହିପରି ବୋଡେନ ବ୍ଲକ ନାଗପଡା ପଞ୍ଚାୟତର ଖୋଳି ଭିତର, ଭୂଇପାଣି, ଝରନାମାଲ ଗାଁର ବଂଶୀଧର ଶଗରିଆ ପ୍ରମୁଖଙ୍କ ଘର ହାତୀ ଭାଙ୍ଗି ଦେଇଛନ୍ତି। ଏହାସହ ଉଣ୍ଡଳ ଶଗରିଆ, କଳାମୁ ଶଗରିଆ, ଧନିରାମ ଶଗରିଆ, ରାମକୃଷ୍ଣ ଶଗରିଆ, ଦେବାର୍ଚନ ଶଗରିଆ, ଜଳନ୍ଧର ଶଗରିଆ, ଗୌରାଙ୍ଗ ଶଗରିଆ, ଚଉବନ ଶଗରିଆ, ପରମାନନ୍ଦ ଶଗରିଆ, ପଦ୍ମନୀ କରୁଆଁ, ନାଥୁରାମ କରୁଆଁ, ଦୁର୍ଯ୍ୟୋଧନ କରୁଆଁ, ରାଧେଶ୍ୟାମ ନିଆଲ, ମାଘ କରୁଆଁଙ୍କ ଖଳାରେ ଥିବା ଧାନ ଖାଇବା ସହ ବିଲରେ ଥିବା ଧାନକୁ ମାଡି ନଷ୍ଟ କରି ଦେଇଛନ୍ତି।
୩୦ ଟିକିଆ ପଲରେ ୨୨ଟି ବୟସ୍କ ହାତୀ ରହିଥିବାବେଳେ ୮ ଟି ଛୁଆ ହାତୀ ଅଛନ୍ତି। ପାଖାପାଖି ଏକସପ୍ତାହ ହୋଇଯିବ ଛତିଶଗଡ ପଟୁ ହାତୀପଲ ଆସି ଏଭଳି ଉପଦ୍ରବ ଚଳାଇଛନ୍ତି। ଶୁକ୍ରବାର ଦିନତମାମ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ବାଣ ଫୁଟାଇବା ପରେ ସା ସମୟରେ ସେମାନେ ଝରନାମାଲ ଗାଁରୁ ବୋଳଦା ପଟେ ଯାଇ ବଜନ ଜଙ୍ଗଲ ଭିତରେ ରହିଥିବା ସୂଚନା ମିଳିଛି ।
Dharitri – Odisha’s No.1 Odia Daily