ବଲାଙ୍ଗିର,୧୪।୧(ସୁନିଲ କୁମାର ମହାନ୍ତି) – ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ମହୁଲପାଟି ପଞ୍ଚlୟତ ମଲ୍ଲିକଦରୋ,ମାଗୁରଜଙ୍ଗଲ, ଫଳସାପଡା, ଆମ୍ବପଡାରେ ହାତୀପଲ ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହି ଗାଁ ମାନଙ୍କରେ ମୋଟ ୨୫ ରୁ ଊଦ୍ଧର୍ବ ଲୋକଙ୍କ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ହାତୀମାନେ ଘରକୁ ପଶି ଧାନ ଖାଇବା ସହ ଘର ଦ୍ୱାରା ଭାଙ୍ଗୁଥିବା ବେଳେ ଚାଷୀ ମାନେ ଗାଁରେ ଏବେ ଭୟଭୀତ ହୋଇ ରହୁଛନ୍ତି । ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ଏବେ ସାହୁକାରମାନଙ୍କୁ କମ ଦରରେ ବିକ୍ରି କରୁଥିବା ନେଇ ଚାଷୀମାନେ କହିଛନ୍ତି l ହାତୀ ଗାଁରେ ପଶି ଘରଦ୍ୱାର ଭାଙ୍ଗି ଦେଉଥିବା ଯୋଗୁ ଲୋକେ ଦାଦନ ସର୍ଦ୍ଦାର ପାଖରୁ ଟଙ୍କା ନେଇ ବାହାର ରାଜ୍ୟକୁ ବେଆଇନ ଭାବରେ ଚାଲାଣ ହେଇଥିବା ଜଣାପଡିଛି । ହାତୀପଲ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ଘର ମିଳିବା ସହ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ତୁରେକେଲା ବ୍ଲକ ଅଞ୍ଚଳର ଗୋଟିଏ ଗାଁର ପ୍ରାୟ ୨୫ରୁ ଊଦ୍ଧର୍ବ ଘରକୁ ଭାଙ୍ଗିଦେଇଛି ହାତୀପଲ । ଖବରପାଇ ଘଟଣା ସ୍ଥଳକୁ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ପରିଦର୍ଶନ କରିବା ସହ କ୍ଷତିପୂରଣ ଦେବା ସହ ଲୋକଙ୍କୁ ଘର ଓ ଚାଉଳ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ।