ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ ଜଙ୍ଗଲ ବିଭାଗର କର୍ମଚାରୀମାନେ ହାତୀର ଗତିବିଧିକୁ ନଜର ରଖିଛନ୍ତି। ଆନନ୍ଦପୁର ଡିଏଫ୍ଓ ପ୍ରଶାନ୍ତ ପଣ୍ଡାଙ୍କ କହିବା ଅନୁଯାୟୀ, ହାତୀଟି ଯାଜପୁର ଜିଲା ଟମକା ଅଞ୍ଚଳରୁ ପଳାଇଆସିଛି। ହାତୀଟି ବୈତରଣୀ ନଦୀ ପାର୍ ହୋଇ ହାଟଡିହୀ ଅଞ୍ଚଳକୁ ପ୍ରବେଶ କରିଥିଲା। ଗତ ସୋମବାର ରାତିରୁ ହାତୀ ପଛେ ପଛେ ଜଙ୍ଗଲ ବିଭାଗ କର୍ମଚାରୀମାନେ ତା’ର ଗତିବିଧିକୁ ନଜର ରଖିଛନ୍ତି। ହାତୀ ପାଇଁ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।