ପରଜଙ୍ଗ,୧୦।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଭାଲୁମୁଣ୍ଡା ଗାଁରେ ଗୋଠଛଡ଼ା ଦନ୍ତା ଆତଙ୍କ ହଟୁନି। ସଞ୍ଜ ନଇଁବା ମାତ୍ରେ ହାତୀଟି ଜନବସତି ଆଡକୁ ମାଡ଼ିଆସୁଛି। ଘରେ ଥିବା ଖାଦ୍ୟ ଖାଇବା ସହ ବଗିଚାରେ ପଶି କଦଳୀ, ମକା, କଖାରୁ, କାକୁଡି ଭଳି ପନିପରିବା ଫସଲ ସମେତ ଅନ୍ୟାନ୍ୟ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଲୋକମାନେ ଭୟରେ ଖିଆପିଆ ଛାଡ଼ି ହାତୀ ଘଉଡ଼ାଉଛନ୍ତି। ହାତୀଟି ୧୫ ଦିନ ହେଲାଣି ଲୋକଙ୍କ ନିଦ ହଜେଇ ଦେଇଛି । ସନ୍ଧ୍ୟା ହେଲେ ଲୋକେ ଆଉ ଘରୁ ବାହାରୁ ନାହାନ୍ତି।