ଶୌଚ ପାଇଁ ଯାଇଥିଲେ ଚାରୁଲତା, ମାଡ଼ିଆସିଲା ହାତୀ: ଆଉ ତା’ପରେ…

କାମାକ୍ଷାନଗର,୫।୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣିଠାରେ ଜଣେ ମହିଳାଙ୍କୁ ଦଳି ଦେଇଛି ହାତୀ। ମୃତକ ଜଣଙ୍କ ହେଲେ ଚାରୁଲତା ନାଏକ। ଭୋର ସମୟରେ ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତୁ ଚଳାଇଛି।
ସୂଚନାଯୋଗ୍ୟ,୧୧ ଟିକିଆ ହାତୀ ପଲ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ବୁଲୁଥିବାର ଦେଖାଦେଇଛି। ଲୋକେ ଏହାକୁ ନେଇ ଭୟଭୀତ ଅଛନ୍ତି।

 

Dharitri – Odisha’s No.1 Odia Daily

 

Share