ଦେବଗଡ,୧୧।୯(ଶଶାଙ୍କ ଶେଖର ଝାଙ୍କର): ଆଜିକାଲି ରାଜ୍ୟର ଅନେକ ସ୍ଥାନରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗୁରୁବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ରିଆମାଳ ରେଞ୍ଜ କୋରଡପସି ଗାଁରେ ବୃଦ୍ଧଙ୍କୁ ହାତୀ ଦଳିଦେଇଛି । ଘଟଣାସ୍ଥଳରେ କୁହ୍ଲ ନାଏକ (୬୧) ମୃତ୍ୟୁ ହୋଇଛି । ଶୌଚ ପାଇଁ ଗାଁ ନିକଟକୁ ଜଙ୍ଗଲକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ହାତୀ ଥିବାରୁ ଶବ ପାଖକୁ ଯାଇ ପାରୁନାହାନ୍ତି ବନବିଭାଗ କିମ୍ବା ଗ୍ରାମବାସୀ।