ଜି.ଉଦୟଗିରିର ପଦାସାହିରେ ହାତୀ ଆତଙ୍କ; ଘର ଭାଙ୍ଗି ଧାନ ଚାଉଳ ଖାଇଗଲେ

ଜି.ଉଦୟଗିରି,୨୪ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ଅଞ୍ଚଳରେ ପୁଣି ଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସ୍ଥାନୀୟ ପଦାସାହି ଗ୍ରାମରେ ରବିବାର ରାତିରେ ଏକ ଦନ୍ତା ହାତୀ ପଶି ଆସିଥିଲା। ହାତୀଟି ଦେବକୀ ନାୟକଙ୍କ ଘର ଭାଙ୍ଗି ଦେବା ସହ ଘରେ ଥିବା ଧାନ ଚାଉଳ ଖାଇ ଦେଇଛି ଏବଂ ଆସବାବପତ୍ର ନଷ୍ଟ କରିଛି ବୋଲି ପୀଡ଼ିତା ମହିଳା ଜଣକ କହିଛନ୍ତି।

କିଛି ଦିନ ବ୍ୟବଧାନରେ ଜନବସତି ଅଞ୍ଚଳକୁ ହାତୀ ଆସିବା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଭୟର ବାତାବରଣ ସୃଷ୍ଟି ହୋଇଛି, ଫଳରେ ଲୋକମାନେ ରାତିସାରା ଉଜାଗର ରହୁଛନ୍ତି।

କିଛି ମାସ ପୂର୍ବରୁ ପଦାସାହି ଗ୍ରାମ ନିକଟସ୍ଥ ପାଜିମାହା ଠାରେ ହାତୀ ଆକ୍ରମଣରେ ଜଣଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା, ଯାହା ଲୋକଙ୍କ ଭୟକୁ ଆହୁରି ବଢ଼ାଇ ଦେଇଛି।
ସ୍ଥାନୀୟ ବନ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ଯେ, ବନ ବିଭାଗ ତରଫରୁ ଉକ୍ତ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି।

Share
Tags: G. Udayagiri