ମୁଜାଗଡରେ ହାତୀ ଆତଙ୍କ: ଘୁମୁସର ଉତ୍ତର ବନଖଣ୍ଡରେ ୫୪ ହାତୀ

ଭଞ୍ଜନଗର,୨୪।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଆତଙ୍କ ବିଗତ କିଛି ଦିନ ହେବ ବଢ଼ିଯାଇଛି। ସା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଫସଲ କ୍ଷତି କରୁଛନ୍ତି। ଏହିଭଳି ଶୁକ୍ରବାର ରାତି ୮ ଟାରେ ହାତୀମାନେ ଜଙ୍ଗଲରୁ ବାହାରି ମୁଜାଗଡ଼ ଗ୍ରାମରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇପଡିଛନ୍ତି । ଅପରପକ୍ଷେ ଶୁକ୍ରବାର ସା ସୁଦ୍ଧା ଏହି ବନଖଣ୍ଡରେ ୫୪ ଟି ହାତୀ ଥିବା ଜଣାପଡିଛି। ମୁଜାଗଡରେ ହାତୀ ମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବିଭାଗୀୟ କର୍ମଚାରୀ ମାନେ ଚେଷ୍ଟା ଚଳାଇଛନ୍ତି ବୋଲି ଡିଏଫଓ ହିମାଂଶୁ ଶେଖର ମହାନ୍ତି ଏଠାରେ ସୂଚନା ଦେଇଛନ୍ତି।

Share
Tags: ganjam