ବଣାଇଁ, ୧୧।୯(ପ୍ରଦୀପ ତ୍ରିପାଠୀ): ଘରୁ ଟାଣି ଆଣି କଚାଡି ମାରିଲା ଦନ୍ତା । ବଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ସାନ ଇନ୍ଦୁପୁରଠାରେ ଥିବା ଗିରୱାଲ ହଟିଙ୍ଗରେ ଗତ କାଲି ବିଳମ୍ବିତ ରାତିରେ ଘରେ ଜଣଙ୍କ ଘର ଭାଙ୍ଗି ଦେଇଛି। ଶୋଇଥିବାବେଳେ ଜଣଙ୍କୁ ଟାଣି ଆଣି ଗୋଠଛଡା ଦନ୍ତା କଚାଡି ମାରିଥିବା ଜଣାପଡିଛି ।
ମୃତକ ହେଲେ ଶିବରାମ ବଡାଇକ ଓ ତାଙ୍କ ଘର ଝାରଖଣ୍ଡ ଅଞ୍ଚଳରେ। କୋଇଡ଼ା ଅଞ୍ଚଳକୁ କାମ କରିବାକୁ ଆସି ଏହି ହଟିଂ ରେ ରହୁଥିଲେ। ବିଳମ୍ବିତ ରାତିରେ ଏ ଘଟଣା ଘଟି ଥିଲେ ହେଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବନବିଭାଗ ପହଞ୍ଚି ନ ଥିବା ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯେହେତୁ ମୃତକ ଆଞ୍ଚଳିକ ବ୍ୟକ୍ତି ନୁହେଁ ତେଣୁ ବନବିଭାଗ ହେୟ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହେଉଛି ।