ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମାଡ଼ି ଆସୁଛି। ଗୁରୁବାର ବିଳମ୍ବିତ ରାତିରେ ହାତୀଟି ଦିଗପହଣ୍ଡି ବ୍ଲକ ସିନ୍ଧବା ଗ୍ରାମ ନିକଟକୁ ଆସି ଜଣେ ଚାଷୀଙ୍କ ଖଳାରେ ଥିବା ଅମଳ ଧାନ ଖାଇ ଦେବାସହ କିଛି ଚାଷୀଙ୍କ ଅମଳଧାନ ଓ ପନିପରିବା ବାଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସେହିଭଳି ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବପୀଠରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ସକାଳୁ ବିଳମ୍ବିତ ରାତି ଯାଏ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି। ହାତୀ ଭୟ ଯୋଗୁ ଲୋକେ ସା ପୂର୍ବରୁ ଘରକୁ ଫେରିଯାଉଛନ୍ତି। ହାତୀ ଉପଦ୍ରବ ଯୋଗୁ ସିନ୍ଧବା, ଚଷାନିମଖଣ୍ଡିି, ଶ୍ୟାମସୁନ୍ଦରପୁର, ସୁଗୁଗା, ବିଦ୍ୟାଧରପୁର, ଗଡ ସାମନ୍ତରାପୁର, ଖମାରି ଗାଁ, କୁମୁଟି ପଙ୍କାଳ, ପୋଡ଼ାମାରି, ଡୋଳବ ପ୍ରଭୃତି ଗ୍ରାମମାନଙ୍କରେ ସା ହେଲେ ତାଟି କବାଟ ପଡିଯାଉଛି। ଲୋକେ ରାତିରେ ରାସ୍ତାରେ ଚଳପ୍ରଚଳ ହେବାକୁ ନିରାପଦ ମନେ କରୁନାହାନ୍ତି। ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ହାତୀ ଟ୍ରାକରଙ୍କ ସହାୟତାରେ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇଦେଇଛନ୍ତି। ହାତୀଟି ଲଖାରୀ ହାତୀ ଅଭୟାରଣ୍ୟ ନିକଟ ଝାଟିକାବାଡ଼ ଜଙ୍ଗଲରୁ ଚାଲିଆସିଥିଲା। ହାତୀଟି ପୁଣି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ରେଞ୍ଜର କହିଛନ୍ତି।

ପଢ଼ନ୍ତୁ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

Dharitri – Odisha’s No.1 Odia Daily

Share