ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ ଜଣକ ପପୁ କାନ୍ତ ରଣା (୩୧) ସୁନ୍ଦରଗଡ଼ ଜିଲା ରାଉରକେଲା ବଣେଇ ଅଞ୍ଚଳର ବୋଲି ଜଣାପଡିଛି l ଖବର ପାଇ ଯୁବକଙ୍କ ସମ୍ପର୍କୀୟମାନେ ପହଞ୍ଚିଛନ୍ତି l ମୃତ ଯୁବକଙ୍କ ବାପା ମାଆ ପହଞ୍ଚିଁ ନ ଥିବା ଜଣାପଡ଼ୁଛି l ସେ
-ସୁକତେଲ ଡ୍ୟାମ୍ରେ ମେକାନିକାଲ ସେକ୍ସନରେ ଇଲେଟ୍ରିସିଆନ ଭାବରେ କାର୍ଯ୍ୟରତ ଥିବା ଜଣାପଡିଛି l ବଲାଙ୍ଗୀର ସଦର ପୋଲିସ ମାଗୁର ବେଡ଼ା କଲୋନୀରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି l