ଜଳିଗଲା ଇଲେକ୍ଟ୍ରି ଦୋକାନ: ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ହୋଇଗଲା ପାଉଁଶ

ବାରିପଦା,୨୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ବାରିପଦା ସହର ସ୍ଥିତ କେ.କେ. ଏଂଟରପ୍ରାଇଜେଶ ଇଲେକ୍ଟ୍ରି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିଜଳି ପାଉଁଶ ହୋଇଯାଇଛି । ଗୁରୁବାର ଭୋର ୫ଟା ସମୟରେ ସଟସର୍କିଟକୁ ନେଇ ନିଆଁ ଲାଗିଥିଲା । ନିଆଁ ଭୟରେ ଲୋକେ ବାହାରକୁ ବାହାରି ଆସିଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଦୀର୍ଘ ୩ଘଂଟା ପରେ ନିଆଁକୁ ଆୟତ୍ତ କରିଥିଲା। ତେବେ ସହର ମଧ୍ୟ ଭାଗରେ ଥିବା ଜନଗହଳିପୂର୍ଣ୍ଣ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବାରୁ ଆଖପାଖ ଦୋକାନ ଗୁଡିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।