ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଭାଜପା କର୍ମୀଙ୍କ ବାସଭବନ ଓ ଟିଏମସି କାର୍ଯ୍ୟାଳୟ ବାହାରେ ବୋମାମାଡ

କୋଲକତା,୨।୬: ଥମୁନି ନିର୍ବାଚନୀ ହିଂସା। ଲୋକ ସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ସରିବାର ଗୋଟିଏ ଦିନ ନ ଜାଉଣୁ ଜଣେ ଭାଜପା କର୍ମୀଙ୍କ ବାସଭବନ ଏବଂ ତୃଣମୂଳ କଂଗ୍ରେସ(ଟିଏମସି) କାର୍ଯ୍ୟାଳୟ ବାହାରେ ବୋମା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

ବାରକପୁର ସହରରେ ଥିବା ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟ ବାହାରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ବେଳେ ଜଣେ ଭାଜପା କର୍ମୀଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।