୧ ନଂ ଜୋନ୍‌ରେ ଜମୁଛି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ଗୁରୁବାର ୧ ନଂ ଜୋନ୍‌ରେ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରିଛି। ପ୍ରଥମେ କର୍ମୀମାନେ ଗହଲମୁଣ୍ଡା ଠାରେ ଏକଜୁଟ୍‌ ହୋଇଥିଲେ। ପରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେ ସମର୍ଥକଙ୍କ ସହ ଗହଲମୁଣ୍ଡା, ଅଲ୍ଲୀପଶା, ଜଞ୍ଜାଳୀ, ପଣସଡିହା, ମନୋହରପୁର, ଗୋ ଭୋଗପୁର, କୋଡ଼ପଡ଼ା ଆଦି ଅଞ୍ଚଳରେ ଏକ ବାଇକ୍‌ ରାଲି ସହ ଘରକୁ ଘର ବୁଲି ନିର୍ବାଚନୀ ପ୍ରଚାର କରାଯାଇଥିଲା। ବିଭିନ୍ନ ସ୍ଥାନରେ ମହିଳାମାନେ ଅଭିମନ୍ୟୁ ବନ୍ଦାପନା କରି ସ୍ବାଗତ କରିଥିଲେ। ଏକ ବିଶାଳ ରାଲିରେ ପ୍ରଚାରକୁ ଜୋରଦାର କରିଥିଲେ।

ଓଡିଶାରେ ବିଜେଡି ସରକାରଙ୍କ ବିକାଶ ଏବଂ ବିଭିନ୍ନ ଜନକଲ୍ୟାଣ ସ୍ଲୋଗାନ ଦେଇ ଡବଲ ଶଙ୍ଖଚିହ୍ନରେ ଭୋଟ୍‌ ଦେବାକୁ ଅଭିମନ୍ୟୁ ଏବଂ ସମର୍ଥକମାନେ ପ୍ରଚାର ଜରିଆରେ ନିବେଦନ କରିଥିଲେ। ଟୁନି ରଣା, ରାମଚନ୍ଦ୍ର ରଣା, ସୁନାରାମ ପୂର୍ତ୍ତି, ସେନ ମହାନ୍ତ, ଚକ୍ରଧର ମହାନ୍ତ, ଗିରିଧାରୀ ମହାନ୍ତ, କ୍ଷୀରୋଦ ମହାନ୍ତ, ଜୟନ୍ତ ଭୋଇ, ବାବୁଲାଲ ମହାନ୍ତ, ରାଜା ଦଳେଇ, ପୀତାମ୍ବର ମାଝି, ଜଗନ ମାଝୀ,ରୋହନ ମହାନ୍ତ, ଉମାକାନ୍ତ ମହାନ୍ତ, ସନ୍ତୋଷ ମହାନ୍ତ ଶୁକଦେବ ମହାନ୍ତ, ଅନନ୍ତ ମହାନ୍ତ, ଶରତ ମହାନ୍ତ, ବାପି ରାମ, ବିମ୍ବାଧର ବିଶ୍ୱାଳ ପ୍ରମୁଖଙ୍କ ସମେତ ଯୁବ ଗୋଷ୍ଠୀ ଏବଂ ବରିଷ୍ଠ କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ।

Share
Tags: Campaign