ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୃଦ୍ଧଙ୍କୁ ହତ୍ୟା

ସାରସକଣା,୧୪।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଭୂରୁଷାଣି ଗ୍ରାମ ନିକଟସ୍ଥ ଏକ ନାଳରୁ ସୋମବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି । ପୁଅ ହିରନ ମହାନ୍ତଙ୍କ ଅଭିଯୋଗ ମୁତାବକ, ବାପା ସହଦେବ ମହାନ୍ତ ସକାଳୁ ଏକୁଟିଆ ଶୌଚ ପାଇଁ ଯାଇଥିଲେ। ହେଲେ କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି।

ଖବର ପାଇ ଝାରପୋଖରିଆ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରୁ ଦୁର୍ବୃତ୍ତଙ୍କ ଚପଲ ପୋଲିସ ଜବତ କରିଥିବା ବେଳେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ ସୃଷ୍ଟି କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ. ୩୬/୨୧) ରୁଜୁ ହୋଇଛି।

Share