ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ଗ୍ରାମରେ l
ଗୁରୁବାର ଭୋର ୫ଟାରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମର ବନବାସୀ ନାଇକ କିଛି ଶୁଖିଲା ଅଳିଆ ଆବର୍ଜନା ଏକାଠି କରି ନିଆଁ ଜଳାଇ ପୁଇଁ ହେଉଥିଲେ। ସେତିକିବେଳେ ଅସାବଧାନତା ବଶତଃ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା।
ଫଳରେ ସେ ପୋଡ଼ିହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ନିଆଁ ଲାଗି ତାଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ି ଯାଇଛି। ପ୍ରାଥମିକ ଚିକିତ୍ସାପରେ ବନବାସୀଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ଜଣାପଡିଛି।