ଧୂଷୁରୀ, ୧୫।୧୧ ( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ପାଳସାହି ପଞ୍ଚାୟତ ସ୍ଥିତ କୁଳସାହି ଗ୍ରାମର ଦୀନବନ୍ଧୁ ବିଶ୍ବାଳ ( ୭୧ ) ଶୁକ୍ରବାର ରାତିରେ ଘର ନିକଟରେ ଥିବା ବୈତରଣୀ ନଦୀକୁ ଶୌଚ ହେବାପାଇଁ ଯାଇଥିଲେ । ବୋହୂଙ୍କୁ ଭାତ ବାଢିବାକୁ କହି ଯାଇଥିବା ବେଳେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନଦୀରେ ଥିବା ତୁଠ ନିକଟରୁ ତାଙ୍କର ଜୋତା
ଦେଖି ନଦୀରେ ଗୋଡ ଖସି ଯାଇଥିବା ଅନୁମାନ କରି ଧାମନଗର ଅଗ୍ନିଶ୍ରମବାହିନୀକୁ ଜଣାଇଥିଲେ । ଶନିବାର ସକାଳେ ଅଗ୍ନିଶ୍ରମ ବାହିନୀର କର୍ମକର୍ତ୍ତା ପହଞ୍ଚି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି ବୃଦ୍ଧଙ୍କର କିଛି ପତ୍ତା ମିଳିନାହିଁ।