ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା (୬୦) ଗତ ମଙ୍ଗଳବାର ପିତାମାଲ ଜଙ୍ଗଲରେ ଏକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁସାରେ ପିତାମାଲ ଜଙ୍ଗଲରେ ହାତୀ ରହୁଥିବା ଯୋଗୁ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଜଙ୍ଗଲକୁ ନ ଯିବା ପାଇଁ ପିତାମାଲ ଗ୍ରାମବାସୀ ଗ୍ରାମର ସମସ୍ତ ଲୋକଙ୍କୁ ବାରମ୍ବାର ମନା କରୁଥିଲେ । କିନ୍ତୁ ମୃତ ହୀରା ବୁଡା ଗତ ଅପରାହ୍ନରେ ଏକ ଟାଙ୍ଗିଆ ଧରି ପିତାମାଲ ଜଙ୍ଗଲକୁ ଯାଇଥିଲେ। ହୀରା ମଙ୍ଗଳବାର ରାତିରେ ଘର କୁ ନ ଫେରିବାରୁ ପରିବାର ଲୋକେ ସନ୍ଦେହ କରି ପିତାମାଲ ଜଙ୍ଗଲକୁ ଖୋଜିବାକୁ ଗଲା ବେଳେ ଏକ ଦନ୍ତା ହାତୀ ହୀରାକୁ ଦଳି ଦେଇ ମାରିଦେଇଥିବା ଜଣାପଡିଛି। ବାଗଡ଼ିହି ରେଞ୍ଜର ବନ୍ଦନା ପସାୟତଙ୍କୁ ପଚାରିବାରୁ ଏହା ସତ୍ୟ ଅଟେ। ହାତୀ ପାଇଁ ଜଙ୍ଗଲକୁ ନ ଯିବା ପାଇଁ ହୀରାକୁ ବାରମ୍ବାର ମନା କରାଯାଇଥିଲେ ମଧ୍ୟ ସେ ମାନି ନ ଥିଲେ ବୋଲି କହିଛନ୍ତି ।