ବେଗୁନିଆପଡ଼ା,୪।୧୨(ସୁଶାନ୍ତ କୁମାର ପଟ୍ଟନାୟକ): ଜେଲ ଫେରନ୍ତା ସାନ ଭାଇକୁ ପିଟିପିଟି ହତ୍ୟା କଲେ ବଡ଼ ଭାଇ। ପୂର୍ବରୁ ଜନ୍ମ କଲା ମା’କୁ ବଳାତ୍କାର ଅଭିଯୋଗରେ ଜେଲ ଯାଇଥିବା ସାନ ଭାଇକୁ ହତ୍ୟାକଲେ ବଡ଼ ଭାଇ। ତେବେ ବଳାତ୍କାର ଅଭିଯୋଗରେ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଥିଲେ।
ମା’ ଆତ୍ମହତ୍ୟା କରିଥିବା ବେଳେ ଗତ ୬ ମାସ ତଳେ ଜେଲରୁ ଫେରିଥିଲା ସାନ ଭାଇ । ପାରିବାରିକ କଳହରୁ ବଡ଼ ଭାଇସାନ ଭାଇକୁ ପିଟି ପିଟ ିହତ୍ୟା କରିଥିବା ସୂଚନା ମିଳିଛି।
ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ବାଦାର୍ଖପଲ୍ଲୀ ଗାଁରେ। ମୃତ ଯୁବକ ଜଣକ ହେଲେ ୨୭ ବର୍ଷୀୟ ଶମ୍ଭୁନାଥ ରାଉତ ଓରଫ ପପୁନ। ଶୁକ୍ରବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ବଡ଼ ଭାଇ କୈଳାସ କୋଦଳା ଥାନାରେ ଆତ୍ମସମର୍ପଣ କରଛନ୍ତି। ମୃତ ଶମ୍ଭୁର ମୃତଦେହ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛ। ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯିବ ବୋଲି ପୋଲିସ କହିଛି।
ସେପଟେ ସାନ ଭାଇର ଦୁର୍ଦ୍ଦାନ୍ତ ତଥା ଅମାନବିକ କାର୍ଯ୍ୟ ଯୋଗୁ ପରିବାରରେ ଅଶାନ୍ତି ଲାଗି ରହୁଥିବା କହିଛନ୍ତି ସ୍ଥାନୀୟ ଲୋକେ। କୋଦଳା ଥାନାରେ ୨୧୫/୨୦୨୫ ରେ ଏ ନେଇ ମାମଲା ରୁଜୁ କରି ତଦନ୍ତଚାଲିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି।