ମୋହନା,୨୩।୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନାରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ। ଏଥିରେ ବଡଭାଇର ମାଡ଼ରେ ସାନ ଭାଇ ମୃତ। ମୋହନା ଥାନା ବଡ଼ ପଞ୍ଚାୟତ କରଞ୍ଜ କୁଆ ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ପ୍ରକାରେ ରବିବାର ବିଳମ୍ବିତ ରାତ୍ରରେ ସାନ ଭାଇ ଲୁବି ମଳିକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା। ପରେ ବଡ଼ ଭାଈ ଗୋବିନ୍ଦ ମଳିକଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଉଭୟଙ୍କ ସ୍ତ୍ରୀ ବୁଝାସୂଝା କରିଥଲେ। କିନ୍ତୁ ଉଭୟ କେହି ଶୁଣି ନ ଥିଲେ। ଯାହା ଫଳରେ ଏକ ପଥର ଗଦାରେ ସାନଭାଇଙ୍କୁ ଟେକି ଛେଚି ହତ୍ୟା କରିଥିବା ନେଇ ସାନ ଭାଈଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ବଡ଼ଭାଇ ଗୋବିନ୍ଦ ମଳିକକୁ ଅଟକ ରଖିବା ସହ ଅଧିକା ପଚରାଉଚରା କରୁଛି।