ଏକ ପେଡ ମା’ କେ ନାମ୍‌ କାର୍ଯ୍ୟକ୍ରମ: ସାମିଲ ହେଲେ ସ୍ଥାନୀୟ ପ୍ରଶାସନ, ଅଞ୍ଚଳବାସୀ

ଦାରିଙ୍ଗବାଡି,୧୭।୯ (ଅରୁଣ ସାହୁ):ଗଛ ଆମକୁ ଜୀବନ ଦେଉଛି । ସେ ଆମକୁ ଲାଳନପାଳନ କରୁଛି ହେଲେ ଆମେ ମଧ୍ୟ ଗଛ ଲଗାଇ ତାକୁ ନିଜ ସନ୍ତାନ ଭଳି ଲାଳନପାଳନ କରିବା ଆବଶ୍ୟକ। ଗଛ ଓ ମଣିଷ ଉଭୟ ଉଭୟଙ୍କ ପାଇଁ ପରିପୂରକ । ବୁଧବାର ଏକ ପେଡ ମା’ କେ ନାମ୍‌” କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ବାସିନ୍ଦା, ପ୍ରଶାସନ, ପୋଲିସ ପ୍ରଶାସନ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ମତ ରଖିଛନ୍ତି। ପ୍ରକାଶ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦାରିଙ୍ଗବାଡି ଥାନା ପରିସରରୁ ଆରମ୍ଭ କରାଯାଇଥିଲା। ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ସମେତ ଫଳ ଗଛ ରୋପଣ କରାଯାଇଥିଲା । ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ, ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା, ଏପିଓ କେଦାର ଚନ୍ଦ୍ର ପଣ୍ଡା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋଶନ କୁମାର ରଥ, ବନାଞ୍ଚକ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣା ଉପସ୍ଥିତ ଥିଲେ। ସେହିପରି ଗ୍ରାମବାସୀଙ୍କ ମଧ୍ୟରେ ମଣ୍ଡଳ ସଭାପତି ମିଟୁ ସାହୁ, ଜିଲା ସମ୍ପାଦକ ହରେନ କୁମାର ସାହୁ, ବିରଞ୍ଚିନାରାୟଣ ସାହୁ, ରଞ୍ଜିତ ସାହୁ, ରଞ୍ଜନ ସାହୁ, ପ୍ରଭାକର ସାହୁ ସିସପା ପ୍ରଧାନଙ୍କ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନର ବହୁ ଲୋକ ସାମିଲ ହୋଇଥିଲେ ସେହିପରି ଥାନା ଭିତରେ ରହିଥିବା ବାରାକର ଯବା ମାନେ ବୃକ୍ଷ ରୋପଣରେ ସାମିଲ ହୋଇଥିଲେ। ବ୍ଲକର ଥାନା ପରିସର ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର, ଅଗ୍ନିଶମ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ପଞ୍ଚାୟତ କାର୍ଯ୍ୟାଳୟ, ହନୁମାନ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ଏହି ବୃକ୍ଷରୋପଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି ।