ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ରବିବାର ସକାଳେ ଏକ ବଡ ସଫଳତା ମିଳିଛି। ଜଗନ୍ନାଥ ପ୍ରସାଦ ରେଞ୍ଜ ପଥରା ପଲ୍ଲୀ ଗ୍ରାମରୁ ବାଘ ଛାଲ ଜବତ ହୋଇଛି। ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ ବାଘ ଛାଲ କରିଥିବାବେଳେ ଏହି ମାମଲାରେ ୮ ଜଣକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ କୁମାର ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ବନପାଳ ଅନୁପ କୁମାର ବିଷୋୟୀ, ଜୀଵନ ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ଭଞ୍ଜନଗର ଥାନା ଅଧିକାରୀ ଜିବନା ନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ।