ଆଜି ଇଦ୍‌-ଉଲ୍‌-ଫିତର: ଜାମା ମସଜିଦ୍‌ରେ କଡ଼ା ସୁରକ୍ଷା ଭିତରେ ନମାଜ ପାଠ

ନୂଆଦିଲ୍ଲୀ,୩।୫:ଆଜି ସମଗ୍ର ଦେଶରେ ଇଦ୍‌-ଉଲ୍‌-ଫିତର ଅର୍ଥାତ୍‌ ଇଦ୍‌ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ଭଉଣୀ ଓ ଭାଇମାନେ ସକାଳେ ଦିଲ୍ଲୀର ଜାମା ମସଜିଦରେ ଆଲ୍ଲାଙ୍କୁ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ। ଇଦ ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଦର ଏହି ବିଶେଷ ଦିନରେ ଘରେ ଶିର-ଖୁର୍‌ମା ତିଆରି କରାଯାଏ। ମୁସଲମାନ ଭଉଣୀ ଏବଂ ଭାଇମାନେ ନୂଆ ପୋଷାକ ପିନ୍ଧି ପ୍ରାର୍ଥନା କରନ୍ତି। ଇଦ୍‌ ମୁସଲମାନମାନଙ୍କ ପାଇଁ ଏକ ଖୁସିର ପର୍ବ। ୩୦ ଦିନର ଉପବାସ ରହିବା ପରେ ଇଦ୍‌ ପର୍ବ ପାଳନ କରାଯାଏ।

Share