ଇଦ୍‌ ଉଲ୍‌ ଫିତର ପାଳିତ

ଜି.ଉଦୟଗିରି,୩୧ା୩ (ଚିନ୍ମୟ କୁମାର ସେଠୀ): ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ମହା ଆନନ୍ଦରେ ଇଦ୍‌ ଉଲ ଫିତର ପର୍ବ ପାଳନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ପର୍ବକୁ ବିଶ୍ୱବାସିଙ୍କ ଖୁସି କାମନା କରି ପାଳନ କରାଯାଇଛି। ପବିତ୍ର ରମଜାନ ମାସରେ ଏକ ମାସ ଧରି ଉପବାସ ବା ରୋଜା ରଖି ନମାଜ ପାଠ କରିବା ସହ ଚନ୍ଦ୍ରଙ୍କୁ ଦେଖିବା ପରେ ଇଦ୍‌ ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ହୋଇଥିଲା। ମୁସଲମାନ ସମ୍ପ୍ରଦାୟର ସମସ୍ତେ ନୂଆ ପୋଷାକ ପିନ୍ଧିବା ସହ ମସଜିଦ ଯାଇ ସମୂହ ନମାଜ ପାଠ କରିଥିଲେ। ନମାଜ ପାଠ ଶେଷ ହେବା ପରେ ସମସ୍ତେ ମିଠା ଖୁଆଇ ଇଦ୍‌ ମୁବାରକ ବା ଇଦ୍‌ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ପବିତ୍ର ରମଜାନ ମାସ ନିମନ୍ତେ ସ୍ଥାନୀୟ ମସଜିଦ ଠାରେ ପବିତ୍ର କୁରାନ ପାଠ କରି ସମସ୍ତଙ୍କୁ ଶାସ୍ତ୍ର ଗତ ଜ୍ଞାନ ପ୍ରଦାନ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

Share