ଭଞ୍ଜନଗର,୨୭ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅଗଝୋଳ ମା’ ଠାକୁରାଣୀ ମନ୍ଦିର ପରିସରରେ ରବିବାର ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା କଳାକାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ବବୃବାହନ ଗୌଡ଼ ଅଧ୍ୟକ୍ଷତା କରି ସଙ୍ଘର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏଥିସହ ଘୁମୁସରର ଲୋକକଳା ଓ ଲୋକନୃତ୍ୟ କିଭଳି ଆଗକୁ ଯିବ ସେନେଇ ମତ ରଖିଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କାଳୁଚରଣ ସାହୁ, ନୀଳମାଧବ ସ୍ବାଇଁ, ସମ୍ପାଦକ କେଶବ ଆଚାର୍ଯ୍ୟ, ଉପସଭାପତି ସୀମାଞ୍ଚଳ ଗୌଡ଼, ସହସମ୍ପାଦକ ବାଲ୍ମିକୀ ଗୌଡ଼, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାହୁ, ପରିଚାଳନା କମିଟି ସଭ୍ୟ ବିଦ୍ୟାଧର ଦଳବେହେରା, ଅଶୋକ କୁମାର ଗନ୍ତାୟତ, କୃଷ୍ଣଚନ୍ଦ୍ର ଗୌଡ଼, ବିଦ୍ୟାଧର ପାତ୍ର, ନୀଳକଣ୍ଠ ପ୍ରଧାନ, ସିଦ୍ଧେଶ୍ୱର ବେହେରା, ଚନ୍ଦନ ପ୍ରଧାନ, ଗୌରହରି ସ୍ବାଇଁ, କେଦାର ଜେନା, ନିଶାକର ପ୍ରଧାନ, ରବୀନ୍ଦ୍ର ବାଡ଼ତ୍ୟା, ବାବୁଲା ସେଠୀ, ଟୁନା ଡାକୁଆ ସମେତ ବହୁ କଳାକାର ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ଘୁମୁସର ଅଞ୍ଚଳ ସୋରଡ଼ା ବ୍ଲକର ଦୁଇ ଜଣ ବରିଷ୍ଠ ଗୁରୁ ପରୀକ୍ଷିତ ବିଶୋଇ ଓ ସନ୍ନ୍ୟାସୀ ବିଶୋୟୀଙ୍କୁ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଧର ଦଳବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।